Choose your Language
Choose your Language
About Quiz
ସମ୍ବିଧାନ ଦିବସ, ପ୍ରତିବର୍ଷ ନଭେମ୍ବର 26 ତାରିଖରେ ଭାରତର ସମ୍ବିଧାନକୁ ଗ୍ରହଣ କରିବାର ଅବସର ଭାବରେ ପାଳନ କରାଯାଏ । ଏହି ଦିବସ କେବଳ ସମ୍ବିଧାନର ଗ୍ରହଣକୁ ସ୍ମରଣ କରେ ନାହିଁ କିନ୍ତୁ ଏହା ମଧ୍ୟ ଏଥି ମଧ୍ୟରେ ନିହିତ ମୂଳ ମୂଲ୍ୟ ଏବଂ ସିଦ୍ଧାନ୍ତ ଗୁଡ଼ିକୁ ପୁନଃ ପ୍ରତିପାଦିତ କରେ । ଦେଶର ଆଇନଗତ ଏବଂ ଗଣତାନ୍ତ୍ରିକ ଢାଞ୍ଚାକୁ ତିଆରି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦୂରଦୃଷ୍ଟି ସମ୍ପନ୍ନ ନେତା ଏବଂ ପ୍ରତିଷ୍ଠାତାମାନଙ୍କ ଅବଦାନକୁ ସମ୍ମାନ ଜଣାଇବାର ଏହା ହେଉଛି ମୁହୂର୍ତ୍ତ ।
ଏହି ଅବସରକୁ ପାଳନ କରିବା ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ମାଇଁଗଭ୍ ସହଭାଗିତାରେ ଆୟୋଜନ କରୁଛି ସମ୍ବିଧାନ ଦିବସ କୁଇଜ୍ 2024 ଭାରତର ଯୁବବର୍ଗ ଏବଂ ନାଗରିକମାନଙ୍କୁ ସମ୍ବିଧାନର ସୃଷ୍ଟି, ମୁଖ୍ୟ ବୈଶିଷ୍ଟ୍ୟ ଏବଂ ବିବର୍ତ୍ତନ ବିଷୟରେ ଶିକ୍ଷିତ କରିବାର ପ୍ରାଥମିକ ଉଦ୍ଦେଶ୍ୟ ସହିତ ଏହାକୁ ଆୟାଜନ କରାଯାଇଛି । କୁଇଜ୍ର ଲକ୍ଷ୍ୟ ଭାରତ ସରକାରଙ୍କ ଉପଲବ୍ଧି ଏବଂ ପରିକଳ୍ପନାକୁ ପ୍ରକାଶ କରିବା ସହିତ ସମ୍ବିଧାନର ମହତ୍ତ୍ୱକୁ ଗଭୀର ଭାବରେ ବୁଝିବା । ଏହି ଆକର୍ଷଣୀୟ କୁଇଜ୍ ଇଂରାଜୀ ଓ ହିନ୍ଦୀ ସହିତ 12ଟି ଆଞ୍ଚଳିକ ଭାଷାରେ ଉପଲବ୍ଧ ଅଟେ, ଯାହା ଏହାକୁ ବିସ୍ତୃତ ଏବଂ ବିବିଧ ଦର୍ଶକମାନଙ୍କ ପାଇଁ ସୁଲଭ କରେ ।